କଟକ: ନକଲି ଖାଦ୍ୟ ସାମଗ୍ରୀର ଗୋଦାମ ଘର ପାଲଟିଛି କଟକ ସହର | ଗୋଟେ ପରେ ଗୋଟେ ନକଲି ଖାଦ୍ୟ ସାମଗ୍ରୀ କମ୍ପାନୀ ଉପରେ ହେଉଛି ଚଢ଼ାଉ |ପ୍ରଥମେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ,ସୋୟା ବଡି ,ବିଭିନ୍ନ ପ୍ରକାରର ଭେଜାଲ ମସଲା ଦ୍ରବ୍ୟ ଆଉ ଏବେ ପୁଣି ଭେଜାଲ ପନିର |
ସୂଚନା ଅନୁସାରେ ଚାଉଲିଆଗଞ୍ଜ ପୁଲିସ ଓ ସିଏମସି ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ୧ କ୍ବିଣ୍ଟାଲରୁ ଅଧିକ ଅପମିଶ୍ରିତ ସିନ୍ଥେଟିକ୍ ପନିର ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୁଲିସ। କୋଲକାତାରୁ ଏହି ଅପମିଶ୍ରିତ ପନିର ଆଣି ସେମାନେ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ।ତେବେ ଏହାକୁ ସେମାନେ କେବେ ଠାରୁ ଓ କେଉଁ କେଉଁ ଆଞ୍ଚଳକୁ ସପ୍ଲାଏ କରୁଥିଲେ ତାହାର ତଦନ୍ତ ଜାରି ରହିଛି |
