You are currently viewing ନଭେମ୍ୱର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ନଭେମ୍ୱର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ନଭେମ୍ବର ୧ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା। ଅଭୟାରଣ୍ୟରେ ଭ୍ରମଣ ବେଳେ ପର୍ଯ୍ୟଟକମାନେ ସାନିଟାଇଜ ଓ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କହିଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ । ପ୍ରତିଦିନ ସକାଳ ୬ଟା ରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ବରେହିପାଣିକୁ ମିଶାଇ ଗୁଡୁଗୁଡ଼ିଆ, ରାମତୀର୍ଥ, କୁମାରୀ, ଜାମୁଆଣିଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ଯାପନ ବ୍ୟବସ୍ଥା କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।