ମୁମ୍ବାଇ(୨.୧୨.୨୨) : ସିଙ୍ଗର ଜୁବିନ ନୌଟିୟାଲ ଗୁରୁବାର ନିଜ ଘର ସିଡିରୁ ଖସି ଗୁରୁତର ଆହତ ହୋଇଛନ୍ତି। ଏଥିରେ ତାଙ୍କୁ ଗମ୍ଭୀର ଆଘାତ ଲାଗିଛି। ଜୁବିନଙ୍କ କହୁଣୀ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମୁଣ୍ଡ, ପଞ୍ଜରା ହାଡ଼ ଓ ମଥାରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁବିନ ନୌଟିୟାଲଙ୍କ ନୂଆ ଗୀତ ‘ତୁ ସାମନେ ଆଏ’ ନିକଟରେ ରିଲିଜ୍ ହୋଇଛି। ଏହି ଗୀତକୁ ସେ ସିଙ୍ଗର ୟୋହାନୀଙ୍କ ସହିତ ଗାଇଛନ୍ତି। ଗୁରୁବାର ନୌଟିୟାଲ ଓ ୟୋହାନୀଙ୍କୁ ଏକାଠି ଗୀତର ଲଞ୍ଚିଂରେ ଦେଖାଯାଇଥିଲା। ଏହାପରେ ହିଁ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ଯୋଗୁ ସିଙ୍ଗରଙ୍କୁ ନିଜର ଡାହାଣ ହାତ ଅପରେସନ କରାଇବାକୁ ପଡ଼ିବ। ତାଙ୍କୁ ଡାକ୍ତର ଡାହାଣ ହାତ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ସିଙ୍ଗର ଜୁବିନ ନୌଟିୟାଲ ଇଣ୍ଡଷ୍ଟ୍ରୀରେ ଅନେକ ପରିଶ୍ରମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ କିଛି ଦିନ ହେବ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍ ହେଉଛି। ଏଥିରେ ମାନିକେ ସିଙ୍ଗର ୟୋହାନୀଙ୍କ ସହ ‘ତୁ ସାମନେ ଆଏ’ ଏବଂ ଫିଲ୍ମ ‘ଗୋବିନ୍ଦା ନାମ ମେରା’ର ଗୀତ ‘ବନା ଶରାବୀ’ ସାମିଲ ଅଛି। ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’ର ଗୀତ ‘ମାନିକେ’କୁ ଜୁବିନ, ୟୋହାନୀଙ୍କ ସହ ମିଶି ଗାଇଥିଲେ।
ଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତିମାଲ୍ବାହୀ ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତନବ ଦାସକୁ ହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ ଥିଲା ଗୋପାଳ