ଭୁବନେଶ୍ୱର (ଏଏନଏସ)୧୫/୧୦, ଡାକ୍ତରଙ୍କ ଅବହେଳା ଯୋଗୁଁ କ୍ୟାପିଟାଲ୍ ହସ୍ପିଟାଲରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । କ୍ୟାପିଟାଲ୍ ହସ୍ପିଟାଲରେ ଦୁଇ ଦିନ ପୂର୍ବରୁ ବାଲିପାଟଣା ମାର୍ଥାପୁର ଗାଁର ବାସିନ୍ଦା ରାକେଶ ପାତ୍ରଙ୍କର ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଶୁକ୍ରବାର ଅପରାହ୍ନରେ ଶିଶୁଟି ସୁସ୍ଥ ଥିବା ଡାକ୍ତର କହିଥିଲେ । କିନ୍ତୁ ଚିକିତ୍ସା କରିବାର ଦୁଇ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ତେବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର ସଠିକ୍ ସୂଚନା ଦେଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଶିଶୁଟିର ମୃତ୍ୟୁର କାରଣ କ’ଣ ମଧ୍ୟ ଡାକ୍ତର କହିନଥିବା ପରିବାର ଲୋକେ କହିଛନ୍ତି । ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଛି । କ୍ୟାପିଟାଲ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ