ଶୋଇଥିବାବେଳେ କାମୁଡିଦେଲା ସାପ ; ଭାଇଭଉଣୀ ମୃତ

କେନ୍ଦ୍ରାପଡା-08.05.2021, ସାପ କାମୁଡାରେ ଭାଇ ଓ ଭଉଣୀର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ । ସୂଚନା ଅନୁସାରେ ଭାଇ ଓ ଭଉଣୀଙ୍କ ବୟସ ଯଥାକ୍ରମେ 11 ବର୍ଷ ଏବଂ 3 ବର୍ଷ । ରାତିରେ ସମସ୍ତେ ଶୋଇଥିବାବେଳେ ହଠାତ ଏକ ବିଷାକ୍ତ ସାପ ଆସି ଉଭୟଙ୍କୁ କାମୁଡି ଦେଇଥିଲା । ଘର ଲୋକ ଦୁହିଁଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲେ । କିନ୍ତୁ ପରେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.