ମାଆକୁ ମାରିଲା ମମତା

କେନ୍ଦୁଝର, ଜଣେ ନାରୀ ଛୁଆ ଜନ୍ମ ପରେ ଜୀବନରେ ପୂର୍ଣ୍ଣତା ଲାଭ କରିଥାଏ । ଦଶମାସ ଦଶଦିନ ଧରି ତା’ ଗର୍ଭରେ ସାଇତି ରଖିଥାଏ ତା’ର ଆଗାମୀ ଭବିଷ୍ୟତ ‘ମମତାକୁ’ ମାତ୍ର ଧରାପୃଷ୍ଠରେ ଜନ୍ମ ନେଲାପରେ ମମତା ଭୁଲିଯାଏ ମାଆ ପ୍ରତି ଥିବା ତା’ର କର୍ତ୍ତବ୍ୟ । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ବଡବିଲ ଥାନା ଗାଡହଟିଂ ଗ୍ରାମରେ । ଏକ ନୃଶଂସ ପୁତ୍ର ବିଳମ୍ବିତ ରାତ୍ରିରେ ଇଟାରେ ଛେଚି ତା’ର ଜନ୍ମ କଲା ମାଆକୁ ନୃଶଂସ ଭାବେ ହତ୍ୟା କରିଛି । କାରଣ ଏଯାବତ୍ ଅସ୍ପଷ୍ଟ ଥିଲାବେଳେ ଗ୍ରାମ ଲୋକଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଉକ୍ତ ନୃଶଂସ ପୁତ୍ରର ମାନସିକ ବିକୃତି ଥିବା ଜଣାପଡିଛି । ତେବେ ମୃତ ଦେହକୁ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.