ଏଏନଏସ: ଘଷିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଯେଉଁଝର ଜିଲ୍ଲା ଘଷିପୁରା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏକ ବିଶାଳ ଶୋଭିଯାତ୍ରାରେ ଯାଇ ଏହି ବରିଷ୍ଠ ସାମ୍ବାଦିକ ଓ ରାଜନେତା ନାମାଙ୍କନ ଦାଖଲ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ବିଜେଡି, ବିଜେପି, ଓ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବାପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା, ମାତ୍ର ସେ ଘଷିପୁରାବାସୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି। ମା ତାରିଣୀ ତାଙ୍କୁ ଆଶୀର୍ବାଦ କଲେ ସେ ଘସିପୁରା ବାସୀଙ୍କ ସେବା କରିବା ପାଇଁ ସୁଯୋଗ ପାଇବେ।ସୂଚନା ଯୋଗ୍ୟ ଖଣ୍ଡପଡ଼ା ବିଧାୟକ ସୌମରଞ୍ଜନକୁ ବିଜେଡି ଦଳରୁ ବହିଷ୍କାର କରିଥିଲା। ପରେ ବିଜେପିରୁ ସେ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଲୋଚନା କରୁଥିବା ବେଳେ ସେ ଘଷିପୁରା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।