ଭୁବନେଶ୍ୱର, ରେଳ କର୍ମଚାରୀଙ୍କ ପାଇଁ ଖୁସୀ ଖବର । ଏଣିକି ଆପ ଜରୀଆରେ ପୂର୍ବତଟ ରେଳପଥର କର୍ମଚାରୀମାନେ ସେମାନଙ୍କ ସେବା ସହ ଜଡ଼ିତ ସମସ୍ତ ତଥ୍ୟ ଓ କାଗଜପତ୍ର ଦେଖିପାରିବେ । ଆବଶ୍ୟକସ୍ଥଳେ କର୍ମଚାରୀମାନେ ଏହି ଆପ୍ ମାଧ୍ୟମରେ ରେଳ ପ୍ରଶାସନ ସହ ଯୋଗାଯୋଗ ମଧ୍ୟ କରିପାରିବେ । ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ ।