ପୁରୀ-୧୭.୦୫.୨୦୨୧, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାରେ କୋଭିଡ ମୁକାବିଲା, ଟେଷ୍ଟିଂ, ଚିକିତ୍ସା ଓ ଟୀକାକରଣ ଏବଂ ଜିଲ୍ଲାରେ କୋଭିଡ ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପୁରୀ ଜିଲ୍ଲାରେ ସ୍ବତନ୍ତ୍ର ଭାବେ ଜିଲ୍ଲା କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଆସନ୍ତା ୧୯ ତାରିଖ ଦିନ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ଜିଲ୍ଲାର ସ୍ବତନ୍ତ୍ର କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହେବା ସହିତ ଏଥିରେ ୨୦ଟି ଭେଣ୍ଟିଲେଟର, ୪୦ଟି HDU, ୯୦ଟି ଅକ୍ସିଜେନ୍ ଶଯ୍ୟାର ବ୍ୟବସ୍ଥା ରହିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତି । ଭୁବନେଶ୍ବରସ୍ଥିତ ସମ୍ ମେଡିକାଲ କଲେଜ ଓ ଜିଲ୍ଲା ପ୍ରଶାସନ ମିଳିତ ସହଭାଗିତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହଯୋଗରେ ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାରେ ସଂକ୍ରମଣକୁ ରୋକିବା ଏବଂ ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ବ୍ୟାପକ ଭିତ୍ତିଭୂମି ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ସହ ପ୍ରତ୍ୟେକ ବ୍ଲକକୁ ଆଉ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି ।
ଜିଲ୍ଲାବାସୀ କୋଭିଡ ମହାମାରୀକୁ ମୁକାବିଲା କରୁଥିବା ବେଳେ କୋଭିଡର ସମସ୍ତ ନୀୟମ ପାଳନ ପୂର୍ବକ ସଠିକ ଭାବରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ସେ ଗୁରୁତ୍ବାରୋପ କରିଛନ୍ତି ।
ଜିଲ୍ଲାରେ କୋଭିଡ ମହାମାରୀର ସଂକ୍ରମଣକୁ ରୋକିବା ଓ କୋଭିଡ ପରିଚାଳନାକୁ ସଠିକ ମାର୍ଗରେ ନେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ୧୧ଟି ଯାକ ବ୍ଲକରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର ସେଣ୍ଟର ପରିଚାଳନା ସଂପର୍କରେ ମଧ୍ୟ ସମୀକ୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୪୭ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଦୈନିକ ହାରାହାରି ୪୦୦ ସଂକ୍ରମଣଙ୍କୁ ଚିକିତ୍ସା ଜାରି ରହିଛି । ଗତ ଏପ୍ରିଲ ପହିଲାରୁ ଏପର୍ଯ୍ୟନ୍ତ ୫୬ ହଜାର ୭୧୩ ଜଣଙ୍କୁ କରୋନା ଟେଷ୍ଟିଂ କରାଯାଇଛି । ଆଣ୍ଟିଂଜେନ ଓ RT-PCR ମାଧ୍ୟମରେ କରାଯାଇଥିବା କରୋନା ପରୀକ୍ଷାରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯୪ ରେ ପହଞ୍ଚିଛି ଯାହାର ଆନୁପାତିକ ପ୍ରତିଶତ ୧୮.୭ ରହିଛି । ଉଭୟ ଉପାୟରେ ପରୀକ୍ଷା ପାଇଁ ଜିଲ୍ଲାରେ ସ୍ବତନ୍ତ୍ର ପରୀକ୍ଷାଗାର କାର୍ଯ୍ୟକ୍ଷମ ଥିବାବେଳେ ଆବଶ୍ୟକ ବେଳେ ଭୁବନେଶ୍ବରରେ ସ୍ବତନ୍ତ୍ର ଭାବରେ ପରୀକ୍ଷାପାଇଁ ବେସରକାରୀ ସଂସ୍ଥା ସହିତ ସରକାରୀ ଭାବେ ବ୍ୟବସ୍ଥା କରାଯାଉଛି । ଟେଷ୍ଟିଂକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାରେ ଥିବା ଟେଷ୍ଟିଂ ଯନ୍ତ୍ରପାତି କୌଣସି ପରିସ୍ଥିତିରେ ବିଫଳ ନହୁଏ ସେଥିପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବ ଏକ ଲକ୍ଷ ୯୪ ହଜାର ୬୨୧ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି ଯାହା ଜିଲ୍ଲାରେ ଏହି ବୟସ ସୀମାର ୪୮.୪୪ ପ୍ରତିଶତ । ସେହିଭଳି ପ୍ରଥମ ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ସୁଦ୍ଧା ୩୨ ହଜାର ୪୧୦ ଜଣଙ୍କୁ ଦ୍ବିତୀୟ ଡୋଜ ଟୀକା ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାର ୬୬୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୫୪ ଜଣଙ୍କୁ ଦ୍ବିତୀୟ ଡୋଜ ଟୀକା ଦିଆଯାଇଛି । ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ବର୍ଗଙ୍କ ମଧ୍ୟରେ ୮୬୮୫ ଜଣ ପ୍ରଥମ ଡୋଜ ଟୀକା ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୦୩୩ ଜଣଙ୍କୁ ଦ୍ବିତୀୟ ଡୋଜ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ସେବାୟତ ଓ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବୈଠକରେ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍
Prev Post