ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ

ଭୁବନେଶ୍ୱର-୨୮.୦୪.୨୦୨୧, କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହେବ । ପିପିପି ମୋଡରେ ୧୫୦ ଶଯ୍ୟା ବିଶିଷ୍ଟ ନେଇ କୋଭିଡ୍ ହସ୍ପିଟାଲ ତିଆରି କରାଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏହି ହସ୍ପିଟାଲକୁ ଭୁବନେଶ୍ୱର ସମ ହସ୍ପିଟାଲ ପରିଚାଳନା କରିବ । ଏହି ହସ୍ପିଟାଲରେ ୪୦ଟି ଆଇସିୟୁ ସହ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ ।
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଗତ ୨୩ ତାରିଖରୁ ଆରଟି-ପିସିଆର ଟେଷ୍ଟିଂ ସେଣ୍ଟରରେ ତ୍ରୁଟି ଯୋଗୁଁ ଅଚଳ ହୋଇପଡ଼ିଛି । ତେଣୁ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ବଢ଼ାଇବା ସହ ଲକ୍ଷଣ ଥିଲେ ହସ୍ପିଟାଲରରେ ଭର୍ତ୍ତି କରାଯାଉଛି ।

Leave A Reply

Your email address will not be published.