ଶ୍ରୀଜୀଉଙ୍କ ନିକଟର ପହଞ୍ଚିଲା ସୁସ୍ୱାଦୁ ଫଳ

ପୁରୀ (ଏ ଏନ୍ ଏସ)୨୨/୦୬, ଅଣସର ଗୃହ ରେ ଏବେ ମହାପ୍ରଭୁ। ଜ୍ୱର ରେ ଆକ୍ରାନ୍ତ ଥିବା ମହାପ୍ରଭୁଙ୍କ ନିକଟରେ ଅନ୍ନ ଭୋଗ ହେଉ ନାହିଁ । କ୍ଷୀର ଜାତୀୟ ଜିନିଷ ସମେତ ମହାପ୍ରଭୁଙ୍କ ନିକଟ ଫଳ ଭୋଗ ହେଉଛି । ଏହି ପରମ୍ପରା ଅନୁଯାୟୀ ପୁରୀ ର ହାତୀ ଆଖଡା ମଠ ପକ୍ଷରୁ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଅଣସର ଫଳ ଭାର ଶ୍ରୀମନ୍ଦିର ରେ ପ୍ରଦାନ କରାଯାଇଛି ।ଏହି ଫଳ ମୁଳ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିବ । ଏହାକୁ ସେବନ କରି ଅସୁସ୍ଥ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ । ଆମ୍ବ , ପଣସ , କଦଳି , ନଡ଼ିଆ ଭଳି କି ଭଳି ବିଭିନ୍ନ ସୁସ୍ୱାଦୁ ଫଳ ମହାପ୍ରଭୁ ନିକଟ କୁ ପଠାଯାଇଛି ।

Leave A Reply

Your email address will not be published.

13 − 6 =