ଭୁବନେଶ୍ୱର, ଶ୍ରୀଜଗନ୍ନାଥ ମନ୍ଦିରର ପାଣ୍ଠି ୟୁନିଅନ ବ୍ୟାଙ୍କରେ ଜମା ରହିବ । ଆଜି ବ୍ୟାଙ୍କର୍ସମାନଙ୍କ ମଧ୍ୟରେ ପାଣ୍ଠି ଜମା ରଖିବା ନେଇ ଏକ ବୈଠକ ବସିଥିଲା । ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୩୩ କୋଟି ଟଙ୍କାକୁ ୫.୩୫% ସୁଧ ହାରରେ ବର୍ଷେ ପାଇଁ ଟଙ୍କା ଜମା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବାଧିକ ସୁଧ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
