ରାତି ୮ଟାରୁ ଶ୍ରୀମନ୍ଦିରକୁ ପ୍ରବେଶ ବନ୍ଦ

ପୁରୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ନୂଆ SOP ଜାରି ହୋଇଛି । ରାଜ୍ୟ ବାହାର ଭକ୍ତଙ୍କ ପାଇଁ ୭୨ ଘଣ୍ଟା ନୁହେଁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ୨ଟି ଡୋଜ ପୂର୍ଣ୍ଣାଙ୍ଗ ଟିକା ନେଇଥିବା ପ୍ରମାଣପତ୍ର ମଧ୍ୟ ଜରୁରୀ ।

ଶ୍ରୀମନ୍ଦିର ଭିତରେ ପାନ ଗୁଟୁକା ଖାଇବା କିମ୍ବା ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ନିୟମ ଉଲଂଘନ କଲେ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ । ପଲିଥିନ ବ୍ୟବହାର କଲେ ଶହେ ଟଙ୍କା ଜରିମାନା ।

ନାଇଟ୍ କର୍ଫ୍ୟୁକୁ ନେଇ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି ।ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଏବଂ ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିର ଖାଲି କରିବାକୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

Leave A Reply

Your email address will not be published.