ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ-୨୬.୦୪.୨୦୨୧, କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ଆସନ୍ତା ମେ’ ୧୫ ତାରିଖ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର । ସୂଚନା ଅନୁସାରେ କେବଳ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କିନ୍ତୁ ଶ୍ରୀମନ୍ଦିରରେ ସମସ୍ତ ପ୍ରକାର ରୀତିନୀତି ପାଳନ କରାଯିବ ଏବଂ ରଥ ନିର୍ମାଣ ମଧ୍ୟ ଜାରି ରହିବ ।
ଏହାରି ମଧ୍ୟରେ ଆଜି ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିସାରିଛି । ନୟାଗଡ ବନଖଣ୍ଡରୁ ୧୭ ଖଣ୍ଡ ଧଉରା ଓ ଅସନ କାଠ ପୁରୀରେ ପହଞ୍ଚିଛି । ଏପର୍ଯ୍ୟନ୍ତ ପୁରୀରେ ସମୁଦାୟ ୭୯ କାଠ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ।

Leave A Reply

Your email address will not be published.