ଆଜି ବସିବ ରାଜ୍ୟ କ୍ୟାବିନେଟ

ଭୁବନେଶ୍ବର (ଏଏନଏସ)୧୭/୦୬ ଆଜି ବସୁଛି ମନ୍ତ୍ରୀପରିଷଦ ବୈଠକ । ମୁଖ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବାଭବନରେ ସଂନ୍ଧ୍ୟା୬ଟାରେ ବସିବ ବୈଠକ । ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଏହା ପ୍ରଥମ ବୈଠକ । ଏହି ବୈଠକରେ ନୂଆକରି ଶପଥ ନେଇଥିବା ମନ୍ତ୍ରୀମାନଙ୍କୁ ରାଜ୍ୟର ବିକାଶ ପାଇଁ ଦିଆଯିବ ଗୁରୁମନ୍ତ୍ର । ଆଗାମୀ ୨ ବର୍ଷ ପାଇଁ ସରକାରରେ ରହିଥିବା ବିଭିନ୍ନ ଯୋଜନା ଉପରେ ହେବ ଆଲୋଚନା । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀଙ୍କ ସହ ୨୧ ମନ୍ତ୍ରୀ । ମନ୍ତ୍ରୀମାନଙ୍କ ନିଜନିଜ ବିଭାଗର ଆଗାମୀ ୨ ବର୍ଷର କାର୍ଯ୍ୟ ଉପରେ ହୋଇପାରେ ଆଲୋଚନା । ଜୁଲାଇ୨ରେ ସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ ।

Leave A Reply

Your email address will not be published.

seventeen + fifteen =