You are currently viewing ଅର୍ଥନୈତିକ ସ୍ଥିତିକୁ ସୁଦୃଢ ପାଇଁ ପଦକ୍ଷେପ: ୧ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଅର୍ଥନୈତିକ ସ୍ଥିତିକୁ ସୁଦୃଢ ପାଇଁ ପଦକ୍ଷେପ: ୧ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର,  ରାଜ୍ୟ ସରକାର କରୋନା ସମୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର । ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍କ ଉନ୍ନତି ପାଇଁ ଏକାମ୍ର ଯୋଜନା ଏବଂ ଖୁବ ଶୀଘ୍ର ସମ୍ବଲପୁରର ପ୍ରସିଦ୍ଧ ମାଆ ସମଲେଶ୍ୱରୀ ପୀଠର ବିକାଶ କାର‌୍ୟ୍ୟ ଆରମ୍ଭ ହେବ । ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଠାରେ ନିର୍ମାଣ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ । ସୁନ୍ଦରଗଡ ଜିଲ୍ଲାର ପ୍ରତି ବ୍ଲକରେ ହେବ ଆଷ୍ଟ୍ରୋଟର୍ଫ ହକି ଖେଳ ପଡିଆ । ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ସ୍ଥାପନ ସହ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ହେବ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ । ଚଳିତବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ନିମନ୍ତେ ପରୀକ୍ଷା ଫି ଛାଡ ପାଇଁ ଘୋଷଣା ହୋଇଛି । ଯେଉଁଥିରେ ଉପକୃତ ହେବେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏହାସହିତ କେନ୍ଦୁପତ୍ର ତୋଳାଳୀ ଓ ଏଥିରେ ନିୟୋଜିତ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣାର୍ଥେ ୯୨.୩୭ କୋଟି ଟଙ୍କାର ବୋନସ୍ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।