ପୂର୍ବତନ ଛାତ୍ରଙ୍କ ନାଁ ରେ ଛାତ୍ର ବୃତ୍ତି

ସମ୍ବଲପୁର(ଏ ଏନ୍ ଏସ)୨୨/୦୬, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ ଆରମ୍ଭ ହେବାକୁ ଯାଉଛି ଏକ ବୃତ୍ତି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ | ସ୍ବର୍ଗତ ବ୍ରଜବାହୁ ଶତପଥି ଙ୍କ ନାମରେ ଏହି ବୃତ୍ତି ପ୍ରଦାନ କରାଯିବା ଆସନ୍ତା ଶିକ୍ଷାବର୍ଷ ରୁ | ଜିଏମୟୁ କୁ ମିଳିଛି 5 ଲକ୍ଷ ଟଙ୍କା ବ୍ରଜବାହୁ ଶତପଥି ବୃତ୍ତି ଆରମ୍ଭ କରିବା ପାଇଁ | ବ୍ରଜବହୁ ଶତପଥି ଜଣେ ବାମପନ୍ଥୀ ନେତା ଥିଲେ ଏବଂ ଛାତ୍ର ରାଜନୀତିରେ ମଧ୍ୟ ନେତୃତ୍ୱ ନେଇଥିଲେ | ତାଙ୍କ ଚାଲିଯିବା ପରେ ତାଙ୍କ ପରିବାର ତାଙ୍କ ନାମରେ ଗୋଟେ ବୃତ୍ତି ଆରମ୍ଭ କରିବାର ଚିନ୍ତା କରିଥିଲା | ପରିବାର ର ଏହି ସ୍ବପ୍ନ ପୁରା ହୋଇଛି | ଶତପଥି ପରିବାର ରେ ଅଛନ୍ତି ତାଙ୍କ ପତ୍ନୀ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ତିଲୋତ୍ତମା ଶତପଥି ଏବଂ ସାନ ଝିଅ ସାମ୍ବାଦିକା ଗାର୍ଗୀ ଶତପଥି | ବଡ ଝିଅ ବିବାହ କରି ଆମେରିକା ରେ ରହୁଛନ୍ତି |

ପରିବାର ଲୋକଙ୍କ କହିବା ଅନୁସାରେ ବ୍ରଜବାହୁ ଶତପଥି ସଦା ସର୍ବଦା ପାଠପଢା କୁ ଗୁରୁତ୍ୱ ଦେଉଥିଲେ ଏବଂ ଗରିବ ଲୋକଙ୍କ ସାହାଯ୍ୟ କରିବାକୁ ତତ୍ପର ହେଉଥିଲେ | ତାଙ୍କର ଏହି ଚିନ୍ତାଧାରାକୁ ପରିବାର ଆଗକୁ ନେଇ ବୃତ୍ତି ସକାଶେ ଜିଏମୟୁ କୁ 5 ଲକ୍ଷ ଟଙ୍କା ପ୍ରଦାନ କରିଛି ଏବଂ ଆଗକୁ ଆହୁରି ଅର୍ଥରାଶି ଦିଆଯିବା କଥା ପରିବାର କହିଛି | ସ୍ବର୍ଗତ ବ୍ରଜବାହୁ ଙ୍କ ସାନ ଝିଅ ଗାର୍ଗୀ ଶତପଥି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଏନ. ନାଗାରା଼ଜୁ ଙ୍କୁ 5 ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଛନ୍ତି | ଏହି ଅବସରରେ କୁଲସଚିବ ଯୁଗଳେଶ୍ୱରୀ ଦାସ, ଉପକୂଳସଚିବ ଡ. ଉମଚରଣ ପତି ଉପସ୍ଥିତ ଥିଲେ | ଶତପଥି ପାରିବର ର ଏହି ମହତ୍ୱପୂର୍ଣ କାମକୁ ଅନେକ ମହଲରେ ପ୍ରଶଂସା କରାଯାଇଛି | (ସମ୍ବଲପୁର ରୁ ପ୍ରିତୀ ସୁନାଙ୍କ ରିପୋର୍ଟ)

Leave A Reply

Your email address will not be published.

sixteen − 14 =