ଫୁଲବାଣୀରେରେ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର; ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ -୨୫.୦୫.୨୦୨୧, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନା ସବ ଈନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଗତ ୧୯/୦୫/୨୦୨୧ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ଗୋଡେଇ ଗୋଡେଇ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ସାମ୍ବାଦିକଙ୍କୁ ସମ୍ବୁଖ ଯୋଧ୍ୟା ଘୋଷଣା କରିଥିବା ବେଳେ ଜଣେ ପୋଲିସ ଅଧିକାରୀ ଏପରି କହିବାକୁ ନେଇ କନ୍ଧମାଳ ଗଣମାଧ୍ୟମ ସଂଘ କନ୍ଧମାଳ ଜିଲ୍ଲା ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯାଇଛି । କନ୍ଧମାଳ ଜିଲ୍ଲା ସଙ୍ଘପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଦୋଷୀ ଅଫସର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି।

Leave A Reply

Your email address will not be published.