ମାଓବାଦୀଙ୍କ ଗୁଳିରେ ସବଇନସ୍ପେକ୍ଟର ଗୁରୁତର

ମାଲକାନଗିରି (ଏଏନଏସ)୧୭/୧୦, ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହେବା ଦ୍ୱାରା ମାଓବାଦୀଙ୍କ ଗୁଳିରେ ଜଣେ ସବ୍ଇନସପେକ୍ଟର ଗୁରୁତର ହୋଇଛନ୍ତି । ଗୁରୁତର ସବ ଇନ୍ସପେକ୍ଟରଙ୍କ ନାଁ ରାଜେଶ ସୂର୍ଯ୍ୟବଂଶୀ। ତାଙ୍କୁ ବାସାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାଓ ଦମନ ପାଇଁ କମ୍ବିଂ ଅପରେସନ ଚାଲିଥିବା ବେଳେ ହଠାତ ମାଓବାଦୀ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ତେବେ ପୋଲିସର ପାଲଟା ଜବାବ ପରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ। ଗୁଳିବିନିମୟ ବେଳେ ମାଓବାଦୀଙ୍କ ଗୁଳି ଜଣେ ସବ ଇନ୍ସପେକ୍ଟରଙ୍କୁ ବାଜିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଏବେବି ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.