ବରଗଡ ଜିଲ୍ଲାରେ ସଫଳତାର ସହ ବନ୍ଦ ପାଳନ

ବରଗଡ, ଭାରତ ସରକାରଙ୍କର ଜିଏସଟି କରକୁ ସରଳୀ କରଣ କରିବା ଦାବିରେ ଆଜି ବରଗଡ଼ ଜିଲ୍ଲାରେ ଅଭୁତ ପୂର୍ବ ବନ୍ଦ ସଫଳତାର ସହ ପାଳନ ହୋଇଯାଇଛି । ଧର୍ମଶାଳା ଛକରେ ଏହି ସଭା ଆୟୋଜନ କରାଥିଲା । ଜୈପ୍ରକାଶ ଲାଠ, ରୋହିତ ପିପିଲନି , ଘଷିରାମ ଅଗ୍ରୱାଲ , ହରି ଅଗ୍ରୱାଲ , ମହାମାଦ ଆଶଲମ , ସଲିମ , ଅମିତ ସାହୁ , ବୈକୁଣ୍ଠ , ରମେଶ ରେଖାନୀ ,କିଶୋର ଅଗ୍ରୱାଲ ଓ ପ୍ରଦୀପ ଦେବତା ଆଦି ସଭାରେ ଉଦବୋଧନ ଦେଇଥିଲେ ।

ବରଗଡ଼ ଜିଲ୍ଲା ବ୍ୟବସାୟୀ ସଂଘର ସବୁ ଦୋକାନ ବଜ଼ାର ବନ୍ଦ ରଖିବାକୁ ବ୍ୟବସାୟୀ ବନ୍ଧୁଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସବୁ ବ୍ୟାଙ୍କ, ସରକାରୀ ଅଫିସ , ରୋଡ ରାସ୍ତା , ଗାଡି ମଟର ଖୋଲିବା ପାଇଁ କୁହା ଯାଇଥିଲା । ଆଜି ବନ୍ଦର ସଫଳତା ପାଇଁ ବରଗଡ଼ ଜିଲ୍ଲା ବ୍ୟବସାୟୀ ସଂଘ ସଂପାଦକ ପ୍ରଦୀପ ଦେବତା ସମସ୍ତ ଦୋକାନୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.