ଭୁବନେଶ୍ୱର(ଏଏନଏସ)୦୯/୦୪, ଭୁବନେଶ୍ୱରର ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଶପଥ ପାଠ କରାଇଲେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ବିଏମସି କନଫରେନ୍ସ ହଲରେ ଏହିି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସୁଲୋଚନା ଦାସଙ୍କ ସହ ସମସ୍ତ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଏମସି କମିଶନର ସଞ୍ଜୟ ସିଂ ବିଏମସିର ଦୁଇ ଅତିରିକ୍ତ କମିଶନର ଓ ସମସ୍ତ ଡେପୁଟି କମିଶନରମାନେ ବି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ଅବସରରେ ସେ କହିଛନ୍ତି ଯେ, ସାଢେ ୧୧ ଲକ୍ଷ ଲୋକ ଆମ ପରିବାର । ପ୍ରତ୍ୟେକ ଲୋକ ପର୍ଯ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ । ସ୍ମାର୍ଟ ସିଟିରେ ଭୁବନେଶ୍ୱର ନଂ-୧ ଯେଭଳି ବଜାୟ ରହିବ । ସେଥିପାଇଁ ସବୁ କର୍ପୋରେଟର ଏକାଠି ହୋଇ କାମ କରିବୁ । କର୍ପୋରେଟର କିଛି ବିଜେଡି, ବିଜେପି କଂଗ୍ରେସ ନୁହେଁ । ସମସ୍ତେ ମିଳିମିଶି ଭୁବନେଶ୍ବର ବିକାଶ ପାଇଁ କାମ କରିବୁ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ମହାନଗର ନିଗମ ପାଇଁ ମେୟର ନିର୍ବାଚନରେ ଚଳିତ ଥର ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିଲା ଦଳ । ସୁଲୋଚନା ଦାସ ବିଜେପି ପ୍ରାର୍ଥୀ ସିନିତି ମୁଣ୍ଡଙ୍କୁ ୬୧ ହଜାର ୮୭ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଥିଲେ ।
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା