ଭୁବନେଶ୍ୱର-୦୪.୦୫.୨୦୨୧, ଆସନ୍ତାକାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକର ଗ୍ରୀଷ୍ମଛୁଟି ଆରମ୍ଭ ହେବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା ହୋଇଛି ।

ମେ’୫ ତାରିଖରୁ ମେ’ ୩୧ ତାରିଖ ଯାଏ ଗ୍ରୀଷ୍ମ ଛୁଟି କରାଯାଇଛି । ଖରାଛୁଟି ବେଳେ ଅନଲାଇନ କ୍ଲାସ ଏବଂ ପରୀକ୍ଷା କରାଯିବାକୁ ଚିଠିରେ ଉଲ୍ଲେଖ ରହିଛି । ଏନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏବଂ ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।