ANS SUPERFAST [email protected]

୧. ଆଜି ଶ୍ରୀମନ୍ଦିରରେ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ । ସ୍ନାନଯାତ୍ରା ଚାରମାଳ ବନ୍ଧା ସେନାପଟା ବନ୍ଧା ଲାଗି ନୀତିନିମନ୍ତେ ବନ୍ଦ ରହିବ ସାଧାରଣ ଦର୍ଶନ ।
୨. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରାହୁଲ ଗାନ୍ଧୀ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ନେତା ଓ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲେ ରାହୁଲ ।
୩. ଆଜି ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ ।
୪. ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।
୫.ପୁରୀ ଜିଲ୍ଲା କଣାସ ବିଡିଓଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ସହ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିଥିବା ମହିଳା କ୍ଷମା ମାଗିଲେ ।
୬. ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ ଶିମିଳିପାଳର ଆମ୍ବପାଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ୨ଜଣ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରାଯାଇଛି ।
୭. ଆଗାମୀ ୩ରୁ ୪ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।
୮. ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଫେସର ଅମର କୁମାର ଦାସ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ।
୯.ଅପରାହ୍ନ ୩ଟା ଯାଏଁ ମନ୍ଦିର ବନ୍ଦ ଥିବା ହେତୁ ଭକ୍ତଙ୍କ ଅସନ୍ତୋଷ ଭାବକୁ ଦେଖି ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
୧୦. ଆଜି ଅପରାହ୍ନରେ ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି ।

Leave A Reply

Your email address will not be published.

13 + eleven =