୧. ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ସ୍ଥଗିତ ରଖିବାକୁ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନ୍‌ଟାକ । ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା ।
୨. ସୋନପୁର ଜିଲ୍ଲା କୁଡାଡେରା ଗାଁର ଦାଦନ ଶ୍ରମିକ ଚନ୍ଦ୍ରଭାନୁ ଭୋଇ ଟ୍ରେନ ଫାଟକ ପଡିଥିବା ସମୟରେ ଟ୍ରେନ ଆଗକୁ ଡେଇଁ ଗୁରୁତର ଆହାତ ହୋଇଛନ୍ତି ।
୩. ପୁଣି ପୁରୀ ଜିଲ୍ଲା ପିପିଲି ଥାନା ସଁପୁର ପଞ୍ଚାୟତ ରାଜକେଇ ଗାଁର ସିଦ୍ଧେଶ୍ୱର ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଛି ।
୪. ଭିଜିଲାନ୍ସ ଜାଲରେ ରାୟଗଡା ଜିଳ୍ଲା ଅବକାରୀ ଅଧିକ୍ଷକ ନିନା ବେଉରା ।
୫. ପୁରୀ ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ବ୍ରାଉନସୁଗାର ଜବତ କଲା ପୁରୀ ବାସେଳିସାହି ଥାନା ପୋଲିସ ।
୬. ନୂଆପଡା ଜିଲ୍ଲା ଖଡିଆଳ ଥାନାକୁ ଜଣେ ମହିଳାଙ୍କ ହତ୍ୟା ଘଟଣା ସଂପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁବୁର୍ତ୍ତ ।
୭. ଜୁନ୍ ୬ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ । ତେବେ ଜୁନ୍ ୩/୪ ବେଳକୁ ତାପମାତ୍ରା କମିବାର ସମ୍ଭାବନା ରହିଛି ।
୮. ରାୟଗଡା ଜିଲ୍ଲା ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟରେ ହାଜର ହେଲେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ।
୯. ଚଳିତ ବର୍ଷ ରାଜ୍ୟ ଚୟନ ବୋର୍ଡ ଦ୍ୱାରା ପରିଚାଳିତ ହେବ ବିଇଡି, ଏମଇଡି ଓ ବିଏଚଇଡି ଆଦି ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ।
୧୦. ଆଜି ନୃସିଂହ ଚତଜର୍ଦ୍ଦଶୀ ଅବସରରେ ରଥ ଖଳାରେ ଅନୁଷ୍ଠିତ ହେବ ଗଜ ଅନୁକୂଳ ନୀତି ।

Leave A Reply

Your email address will not be published.

19 + seven =