You are currently viewing ଭିନ୍ନ ଅନ୍ଦାଜରେ ସୁର

ଭିନ୍ନ ଅନ୍ଦାଜରେ ସୁର

ପ୍ରଥମ ଥର ପାଇଁ ର‌୍ୟାପ କଲେ ବିଧାୟକ ସୁର ରାଉତରାୟ । ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଟକର ମିଲନ ଷ୍ଟୁଡିଓରେ ଏହି ଗୀତକୁ ରେକଡିଂ କରାଯାଇଛି । ଏହି ଗୀତର କିଛି ଅଂଶ ର‌୍ୟାପ ଗାଇଛନ୍ତି ସୁର ରାଉତରାୟ । ଏହି ଗୀତଟିକୁ ଲେଖିଛନ୍ତି ତପୁ ନାୟକ ।

ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ । ଶ୍ରୀ ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି । ଏ ଗୀତର ଶୀର୍ଷକ ‘ରଙ୍ଗବତୀ’ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିର୍ଦ୍ଦେଶକ ।

ଅନ୍ୟମାନଙ୍କୁ ଜଣାନ୍ତୁ।