You are currently viewing ପ୍ରଶ୍ନ ପଚାରିଲେ ଅରୁଣ ସାହୁ, କଟାକ୍ଷ କଲେ ମନ୍ତ୍ରୀ : ବିଧାନସଭାରେ ହସିଲେ ବିଧାୟକ

ପ୍ରଶ୍ନ ପଚାରିଲେ ଅରୁଣ ସାହୁ, କଟାକ୍ଷ କଲେ ମନ୍ତ୍ରୀ : ବିଧାନସଭାରେ ହସିଲେ ବିଧାୟକ

ଏଏନଏସ : ଆଜି ବିଧାନସଭାରେ ନିଜେ ପଚାରିଥିବା ପ୍ରଶ୍ନରେ ଫସିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ତାଙ୍କରି ପ୍ରଶ୍ନରେ ତାଙ୍କୁ ଘେରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହା ସହିତ ପୂର୍ବ ସରକାରଙ୍କୁ ମଧ୍ୟ ମନ୍ତ୍ରୀ କଟାକ୍ଷ କରିଥିଲେ । ଯାହା ପରେ ବିଧାନସଭାରେ ଉପସ୍ଥିତ ଥିବା ସଦସ୍ୟମାନେ ହସିବାକୁ ଆରମ୍ଭ କରିଥିଲେ ।

ରାଜ୍ୟରେ ଖାଲି ପଡ଼ିଥିବା ଅମିନ ଓ ଆର.ଆଇ ନିଯୁକ୍ତି ନେଇ ନୟାଗଡ଼ ବିଧାୟକ ଅରୁଣ ସାହୁ ରାଜସ୍ୱ ବିଭାଗକୁ ପ୍ରଶ୍ନ କରିଥିଲେ । ପ୍ରାୟ ୬୮୦୦ ପଞ୍ଚାୟତ ଓ ସହରାଞ୍ଚଳରେ ଖାଲି ପଡ଼ିଥିବା ଆର.ଆଇ ଓ ଅମିନ ପଦବୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ରାଜସ୍ୱ ମନ୍ତ୍ରୀ ଉତ୍ତର ରଖି ବିଜେଡ଼ି ସରକାରକୁ କାଠଗଡ଼ାକୁ ନେଇ ଆସିଥିଲେ । ବିଧାୟକଙ୍କ ପ୍ରଶ୍ନ ତାଙ୍କୁ ବହୁତ ଦିନ ହେଲା ବିଚଳିତ କରୁଥିବା କହିଥିଲେ । ମନ୍ତ୍ରୀ କଟାକ୍ଷ କରି କହିଥିଲେ ଯେ ରାଜ୍ୟରେ ଏତେ ପଦବୀ ଖାଲି କାହିଁକି ପଡ଼ିଛି । ଏ ଖାଲି ପଦବୀକୁ ମୁଁ ସୃଷ୍ଟି କରି ନାହିଁ ବରଂ ସେପଟ ସରକାରର ଉତ୍ତରାଧିକାରୀ ସୂତ୍ରରୁ ମୋତେ ତଥ୍ୟ ମିଳିଛି ବୋଲି କହିଥିଲେ ମନ୍ତ୍ରୀ ।

ଏହା ପରେ ମନ୍ତ୍ରୀ ଖାଲି ପଡ଼ିଥିବା ପଦବୀ ପ୍ରଶ୍ନର ଉତ୍ତର ରଖିଥିଲେ । ମନ୍ତ୍ରୀ କହିଛନ୍ତି ସେ ପଦବୀ ପୂରଣ ଏକ ସମସ୍ୟା ଓ ବ୍ୟବସ୍ଥା । ଏହା ଏକ ଟେକ୍ନିକାଲ ପ୍ରୋସେସ । ଜିଲ୍ଲାପାଳମାନେ ଆବଶ୍ୟକ ପଦବୀ ପୂରଣ ପାଇଁ ରାଜସ୍ୱ ବିଭାଗକୁ ରିପୋର୍ଟ ପଠାଇଥାନ୍ତି ଏବଂ ରାଜସ୍ୱ ବିଭାଗ ଷ୍ଟାଫ୍ ସିଲେକସନ୍ ଅଫିସକୁ ପଠାଇଥାଆନ୍ତି । ଏହା ପରେ ପରୀକ୍ଷା କରାଯାଇ ନିଯୁକ୍ତି ଦିଆଯାଇଥାଏ । ଏଥିପାଇଁ ଆରଆଇଙ୍କୁ ତାଲିମ ମଧ୍ୟ ଦିଆଯାଇଥାଏ । ତେଣୁ ସରକାର ଆରଆଇ ଓ ଅମିନ ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।