ନିଲମ୍ବିତ ହେଲେ ଥାନା ବାବୁ

ଜଳେଶ୍ୱର, ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଏଏସଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା, ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ବ୍ୟବହାର କରିବା ଅଭିଯୋଗରେ ଥାନା ବାବୁଙ୍କୁ ନିଲମ୍ବନ କରାଯାଇଛି । ଏନେଇ ବାଲେଶ୍ୱର ଏସପି ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ଦୁଇ ଅଭିଯୋଗକାରୀଙ୍କ ଘଟଣାର ତଦନ୍ତ କରିବା ପାଇଁ ଏଏସଆଇ ଦୁଇ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ଭାଇରାଲ ହୋଇଥିଲା। ଏହାପରେ ଅନ୍ୟ ଜଣେ ଅଭିଯୋଗକାରୀ ଥାନା ସମ୍ମୁଖରେ ଏଏସଆଇଙ୍କ ସହ କଥା ହୋଇ ଅଭିଯୋଗର ସମାଧାନ କରୁ ନ ଥିବାରୁ ନେଇଥିବା ଟଙ୍କା ଫେରାଇବା ପାଇଁ କହିଥିଲେ। ଏହାକୁ ନେଇ ଭକ୍ତହରି ପଟ୍ଟନାୟକ ଉକ୍ତ ଅଭିଯୋଗକାରୀଙ୍କୁ ଧମକଚମକ ଦେଇଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ଏହାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ଏଏସଆଇ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ର କମର୍ଦ୍ଦା ଥାନା ଏଏସଆଇଙ୍କୁ ନିଲମ୍ବିତ କରିଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି   ।

Leave A Reply

Your email address will not be published.