ରଣପୁର, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବଧିପାଣଟଣା ଗ୍ରାମରେ ୫ଦିନ ତଳେ ଗାଁ ଦାଣ୍ଡରୁ ନିଖୋଜ ହୋଇଥିବା ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ ଓରଫ ସ୍ୱାତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି | ଆଜି ସ୍ଵାତିର ମୃତ ଦେହ ଘର ବାଡ଼ିପଟ ପୋଖରୀ କୂଳରୁ ମୃତଦେହ ମିଳିଥିବା ସୂଚନା ରହିଛି।
ମିଳିଥିବା ସୂଚନା ମୁତାବକ,ସ୍ଵାତିଙ୍କ ଘର ବାଡିପଟ ପୋଖରି କୂଳରୁ ମଙ୍ଗଳବାର ମିଳିଛି ମୃତ ଦେହ। ଘଟଣାସ୍ଥଳରେ ପହଞ୍ଚି ରଣପୁର ପୋଲିସ ତଦନ୍ତ କରୁଥିବା ବେଳେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସାଧାରଣରେ ସନ୍ଦେହ କରାଯାଉଛି।
ସୂଚନା ଥାଉକି, ଶୁକ୍ରବାର ଦିନ ଅପରାହ୍ନରେ ୩ ବର୍ଷର ଶିଶୁ କନ୍ୟା ସ୍ଵାତି ନିଖୋଜ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ରଣପୁର ଥାନା ଏବଂ ରାଜସୁନାଖଳା ଫାଣ୍ଡି ପୁଲିସ ମିଳିତ ଭାବେଶୁକ୍ରବାର ଅପରାହ୍ନରୁ ଖୋଜିବା ଜାରି ରଖିଥିଲେ। ଏପରିକି ଶନିବାର ସକାଳୁ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ପୋଖରୀ, କୂଅ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ତନ୍ନ ତନ୍ନ କରି ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ । ଶନିବାର ସନ୍ଧ୍ୟାରେ ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର ଓ ଏଏସ୍ପି ଉମାକାନ୍ତ ମଲ୍ଲିକ ସ୍ଵାତିର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ