ତଳେ ପଡି ଛାତ୍ରୀ ମୃତ

ଭଦ୍ରକ (ଏଏନଏସ)୧୫/୧୦, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ । । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ବେହୁରିଆ । ଆଜି ସକାଳୁ ସ୍କୁଲକୁ ଆସିିଥିଲେ ମନୀଷା। ତେବେ ପ୍ରାର୍ଥନା ପାଇଁ ଠିଆ ହୋଇଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.