ଟଙ୍କା ନେଉଛି ପୋଲିସ୍

ସମ୍ବଲପୁର,(ଏ ଏନ୍ ଏସ)୧୬/୧୦,  ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ। ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏନେଇ ଡ୍ରାଇଭରମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖବରରୁ ପ୍ରକାଶ ଯେ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ ଏକ ଗାଡି ସମ୍ବଲପୁର ଓଏସବିସି ମଦ ଡିପୋକୁ ଆସୁଥିଲା। ଗାଡିର ସବୁ କାଗଜପତ୍ର ଠିକ ଥିଲା। ତଥାପି ୫ ହଜାର ଟଙ୍କା ମାଗିଥିଲା ପୁଲିସ। ଡ୍ରାଇଭର୍‌ଙ୍କ ନିକଟରେ ୪ ହଜାର ଟଙ୍କା ଥିବା ବେଳେ ସେ ଏଏସଆଇ ଭିକାରୀଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ହେଲେ ଭିକାରୀ ଡ୍ରାଇଭରଙ୍କ ପକେଟରେ ହାତ ପୁରାଇ ବାକି ୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଡି ଡ୍ରାଇଭର ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.