ଶିକ୍ଷକ ରବିନାରାୟଣଙ୍କୁ ଅପହରଣ ମାମଲାରେ ୪ ଗିରଫ

ଜଗତସିଂହପୁର, ତିର୍ତ୍ତୋଲ ଥାନା ଅଧୀନ ଏରଡଙ୍ଗା ପଞ୍ଚାୟତ ବ୍ରାହ୍ମଣବାଡ଼ିର ଶିକ୍ଷକ ରବିନାରାୟଣ ମିଶ୍ର ଅପହରଣ ମାମଲାରେ ପୁଲିସ ୫ ଦିନ ପରେ ୪ ଦୁବୃର୍ତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ସମେତ ଆଉ ୩ଜଣ ଫେରାର ଥିବା ସୂଚନା ମିଳିଛି ।
ସୂଚନା ଯେ, ଗତ ୨ ତାରିଖରେ ରବିନାରାୟଣ ବଜାରରୁ ଘରକୁ ଫେରୁଥିଲେ । ସେହି ସମୟରେ ୬ ରୁ ୭ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ । ପରେ ତାଙ୍କୁ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଶ୍ରୀ ମିଶ୍ରଙ୍କ ପରିବାରକୁ ମାଗିଥିଲେ । ପରିବାର ଲୋକେ ୪ଲକ୍ଷ ଟଙ୍କା ଯୋଗାଡ଼ କରି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚାଇବାରୁ ଦୁର୍ବୃତ୍ତମାନେ ଶିକ୍ଷକଙ୍କୁ ଛାଡ଼ି ଦେଇଥିଲେ । ଏ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଆଜି ଅପହରଣ ମାମଲାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୦ ହଜାର ଟଙ୍କା ଓ ଅପହରଣ ସମୟରେ ବ୍ୟବହାର କରାଯାଇଥିବା ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.