ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଭାରତର ବିଭିନ୍ନ ସ୍ଥାନରେ ହେବାକୁ ଯାଉଛି ‘ନିଷ୍ଠା’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକମାନଙ୍କ ଶିକ୍ଷାକୁ ତ୍ୱରାନ୍ୱିତ କରାଯିବ । ନୂତନ ଜାତୀୟ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିବା ପୂର୍ବରୁ କେନ୍ଦ୍ର ସରକାର ‘ନିଷ୍ଠା’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା । ୨୦୨୦ ମସିହା ଫେବୃଆରି ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପାଦାନ କରିବା ପାଇଁ ପ୍ରଥମେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା କାରଣରୁ ଓଡ଼ିଶା ସମେତ ୯ଟି ରାଜ୍ୟରେ ପ୍ରଶିକ୍ଷଣ କାର୍ଯ୍ୟ ଅଧାରେ ଅଟକିଛି। ତେବେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କାଶ୍ମୀର, ପଞ୍ଜାବ, କେରଳ ଓ କର୍ଣ୍ଣାଟକରେ ଖୁବ୍ଶୀଘ୍ର ଏହି ଅଭିଯାନ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ‘ନିଷ୍ଠା’ କାର୍ଯ୍ୟକ୍ରମକୁ ପୁଣି ଥରେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ରହିଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ