Heat-wave

ଜଳୁଛି ରାଜଧାନୀ, ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଚାନ୍ଦବାଲି, ବାଲେଶ୍ୱର, ଝାରସୁଗୁଡା ଏବଂ ହୀରାକୁଦ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ମିଳିଥିବା ସୂଚନା ମୁତାବକ ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ମଧ୍ୟ ୪୧ ଡିଗ୍ରୀ, ଝାରସୁଗୁଡାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ କେନ୍ଦୁଝରର ତାପମାତ୍ରା ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।