You are currently viewing ଠାବ ହେଲା ଦେଶୀ ବନ୍ଧୁକ କାରଖାନା

ଠାବ ହେଲା ଦେଶୀ ବନ୍ଧୁକ କାରଖାନା

  • Post category:ଓଡିଶା
  • Reading time:1 mins read

ବୌଦ୍ଧ ୧୧/୧୦: ବୌଦ୍ଧ ଜିଲ୍ଲାରେ କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା ମନମୁଣ୍ଡା ପୋଲିସ୍ । ଏକ ଘରୁ ବନ୍ଧୁକ କାରିଗରକୁ ଗିରଫ କରିବ ସହ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି ।

ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ୍ କୌଣସି ଏକ ସୁତ୍ରରୁ ଖବର ପାଇଁ ଗତକାଲି ବିଳମ୍ୱିତ ରାତିରେ ଅଚାନକ ସିଲାଇ ପଡ଼ା ଗ୍ରାମରେ ଚଢାଉ କରିଥିବା ଏବଂ ବନ୍ଧୁକ କାରଖାନାୃକୁ ଠାବ କରିଥିଲା । ସେଠାରେ ବନ୍ଧୁକ ତିଆରି ହେଉଥିବା ବେଳେ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କଲା ପୋଲିସ ଏବଂ ବନ୍ଧୁକ କାରିଗରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ତେବେ ଏ ନେଇ ଅଧିକ ସୂଚନା ଅପରାହ୍ନ ସାମ୍ବାଦିକ ସମ୍ମିଳନୀ ରେ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।