ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌

ଭଦ୍ରକ(ଏଏନଏସ)୨୪/୦୩, ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଶ୍ରୀ ଆଶିଶ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (38)କୁ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ରେ ଆଜୀବନ ଜେଲ ଦଣ୍ଡ ଓ 5 ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ୩ ମାସ ସଶ୍ରମ କାରାଦଣ୍ଡ , ୪୯୮(କ) ରେ ୩ ବର୍ଷ ଶସ୍ରମ କାରାଦଣ୍ଡ ଓ ୩ ହଜାର ଟଂକା ଓ ଅନାଦେୟ ପୁଣି ୩ ମାସ ଜେଲ ଓ 304(ଖ) ଦଫାରେ 10 ବର୍ଷ ଶସ୍ରମ କାରାଦଣ୍ଡ ଦୁଇ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ଦୁଇ ମାସ ସଶ୍ରମ କାରାଦଣ୍ଡ ସହ ଯୌତୁକ ନିରୋଧ ଆଇନର ଦଫା ଚାରି ଅନୁଯାୟି 4 ମାସ କାରାଦଣ୍ଡ ସହ 1000 ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଆଇନ ଅନୁଯାୟି ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇ ଥିବାରୁ ଅଭିଯୁକ୍ତଙ୍କୁ କେବଳ ଆଜୀବନ ଜେଲ ଦଣ୍ଡ ହିଁ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ଅନୁଯାୟି ସ୍ବାମୀ ଟୁଟୁ ଓରଫ କାଳିଆ ଚାନ୍ଦବାଲି ଥାନା ଅନ୍ତର୍ଗତ ରଘୁନାଥ ଜିୟୁ ଗ୍ରାମର ଫକିର ଚରଣ ବାରିକଙ୍କ କନ୍ୟା ଗୌରୀଲତାଙ୍କୁ 2014 ମସିହା ଅକ୍ଟୋବର ମାସରେ ବିବାହ କରିଥିଲେ। ବିବାହ ସମୟରେ କୈଳାସ ପରିବାର ତରଫରୁ ନଗଦ 50,000 ଟଙ୍କା ସହ ସମସ୍ତ ଘର କରଣା ଜିନିଷ, ଗହଣା ଯୌତୁକ ଆକାରରେ ଦିଆ ଯାଇଥିଲା। ବିବାହର ମାତ୍ର 8 ମାସ ପରେ ପୁଣି ଅଧିକ ଯୌତୁକ ଦାବି କରି ଗୌରିଲତାଙ୍କୁ ଶାରିରିକ ତଥା ମାନସିକ ଜିର୍ଯ୍ୟାତନା ଦେବା ସହ ମାରଧର କରୁଥିଲେ।

ଉଭୟ ସ୍ବାମୀ ସ୍ତ୍ରୀ ଗତ 2015 ମସିହା ଏପ୍ରିଲ ନଅ ତାରିଖ ନିଜ ବେଡ ରୁମରେ ରାତିରେ ଶୋଇଥିବା ସମୟେ ସ୍ବାମୀ କାଳିଆ ଗୌରିମଣୀକୁ ମାଡମାତି ଏକ ପ୍ଲାଷ୍ତିକ ଦଉଡିରେ ଚାପି ଜୀବନରୁ ମାରି ଦେଇଥିଲା। ପରେ ତାକୁ ଡାକ୍ତରଖାନାକୁ ନେଈ ଆସିବା ପରେ ପିତା ଫକିର ଚରଣ ଖବର ପାଇ ତିହିଡି ମେଡିକାରେ ଯାଇ ଦେଖିଲେ ଗୌରିମଣିକୁ ହତ୍ୟା କରା ଯାଇ ଥିବା ଅଭିଯୋଗ କରି ଚାନ୍ଦବାଲି ଥାନାରେ 9.4.2015ରିଖରେ ଲିଖିତ ଭାବରେ ଜଣାଇବା ପରେ ଥାନା କେସ ନଂ-68/ 2022 ଦଫା-୪୯୮(କ),୩୦୨,304(ଖ) ଦଫାରେ ପୋଲିସ ସ୍ବାମୀ କୈଳାସ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନରୁ ସେ ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି। ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶି ସାଖି ନ ଥିଲେ ମଧ୍ୟ ପାରିପାର୍ଶିକ ସାକ୍ଷିମାନଙ୍କ ବୟାନ ଓ ଅଭିଯୁକ୍ତ କୈଳାସର ଦୋଷ ସ୍ବିକାର ଜମାନବନ୍ଦୀ ଓ ହତ୍ୟାରେ ବ୍ୟବହୃତ ଦଉଡିକୁ ପୋଲିସକୁ ଦେଇ ଥିବାର ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।ତେବେ ବାଂଶଡା ଥାନାର ତତକାଳିନ ଥାନା ଅଧିକାରି ଗୋକୁଳାନନ୍ଦ ଦାସଙ୍କ ସମୟୋପଯୋଗୀ ପଦକ୍ଷେପ, ପ୍ରମାଣଯୋଗ୍ୟ ତଥ୍ୟ ଓ ଦୁରଦୃଷ୍ଟି ସଂପର୍ଣ୍ଣ ତଦନ୍ତ ଯୋଗୁଁ ଅଭିଯୁକ୍ତ ଆଇନର ହାତରୁ ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ ବୋଲି ମମଲା ପରିଚାଳନା କରୁଥିବା ସରକାର ଓକିଲ ପ୍ରଦିପ୍ତ ସାମଲ କହିଛନ୍ତି। ମାମଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ଶ୍ରୀ ସାମଲଙ୍କ ସହ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।

Leave A Reply

Your email address will not be published.