ଜମି ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ନେଇ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ଏହି ଖବର ତଥ୍ୟହୀନ ଏବଂ ମିଥ୍ୟା । ତେବେ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମିକୁ ବିକ୍ରି କରିବା ଖବର ପ୍ରକାଶ ପାଇଥିଲା । ଏହା ପରେ ଭକ୍ତମାନେଏହାର ବିରୋଧ କରିଥିଲେ । ତେବେ ଏ ଘଟଣାରେ ଆଜି ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏ ଖବର ମିଥ୍ୟା ଏବଂ ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କ ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ୨୦୦୧ରୁ ୨୦୧୦ପର୍ଯ୍ୟନ୍ତ ୨୯୧ଏକର ଜମିର ବନ୍ଦୋବସ୍ତ କରାଯାଇଥିଲା ଏବଂ ୨୦୧୧ରୁ ୨୦୨୧ପର୍ଯ୍ୟନ୍ତ ୯୬ଏକର ଜମିର ବନ୍ଦୋବସ୍ତ ହୋଇଛି। ବିଦ୍ୟାଳୟ, ମେଡିକାଲ କଲେଜ, ସଡ଼କ ଇତ୍ୟାଦି ନିର୍ମାଣ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ପାଇଁ ଏଗୁଡିକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.