ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଭୁବନେଶ୍ୱର ଟ୍ରେଡ ୟୁନିୟନ ସେଣ୍ଟର ତରଫରୁ ଆହ୍ୱାନ

ଭୁବନେଶ୍ୱର, କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳତ ବିଜେପି ସରକାର ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ଉପରେ ଆକ୍ରମଣ କରିବା ସହିତ ଶ୍ରମିକ ମାନଙ୍କ ପାଇଁ ସୁରକ୍ଷତ ଥିବା ୪୨ ଶ୍ରମ ଆଇନକୁ ପରିବର୍ତ୍ତନ କରି ମାଲିକ ମାନଙ୍କ ସପକ୍ଷରେ କରିବା, କୃଷି ଆଇନକୁ ପରିବର୍ତ୍ତନ କରି କର୍ପୋରେଟ ମାନଙ୍କର ସ୍ୱାର୍ଥରକ୍ଷା କରିବା, ସରକାରଙ୍କ ଦ୍ୱାରା ପରିଚାଳିତ ଶିଳ୍ପ ସଂସ୍ଥା ଯଥା ବ୍ୟାଙ୍କ, ବୀମା ରେଳବାଇ,ପ୍ରତିରକ୍ଷା ଉପ୍ତାଦନ ଉଦ୍ୟୋଗ, କୋଇଲା ଖଣି, ବିଦ୍ୟୁତ ତୈଳ ଶିଳ୍ପ ଗୁଡିକର ଘରୋଇ କରଣକୁ ବିରୋଧ କରି ସାରା ଦେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନେ ୨୬ ନଭେମ୍ବର ୨୦୨୦ ତାରିଖରେ ଦେଇଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରିବା ସହିତ ଆମ ରାଜ୍ୟ ତଥା ଭୁବନେଶ୍ୱରରେ ଧର୍ମଘଟକୁ ସଫଳ କରିବା ପାଇଁ ଭୁବନେଶ୍ୱର ଟ୍ରେଡ ୟୁନିୟନ ସେଣ୍ଟରରେ ସଭାପତି ଶ୍ରୀ ନବ କିଶୋର ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିକାର ସାଧାରଣ ବୈଠକରେ ସଂଗଠନ ର ସାଧାରଣ ସଂପାଦକ ବିକ୍ରମ ନାୟକ,ଆପୋଲ ହସ୍ପିଟାଲ ୟୁନିୟନ, ଭୁବନେଶ୍ୱର ନେତା ଶ୍ରୀ ରାଧାକାନ୍ତ ମାଝି ଓ ଶିବ ପ୍ରସାଦ ମୁଦୁଲି ସିଫା ୟୁନିୟନର ନେତା ଦେବେନ୍ଦ୍ର ମଲ୍ଲିକ, ହାଇଟେକ ହସ୍ପିଟାଲ ୟୁନିୟନର ନେତା ସୁରେନ୍ଦ୍ର ଭୋଇ, ପରିବହନ ଶ୍ରମିକ ନେତା କୈଳାସ ମହାପାତ୍ର, କାଳନ୍ଦୀ ମାନସିଂ, ନିର୍ମାଣ ଶ୍ରମିକ ନେତା ସୁରେଶ ଦାଶ ଓ ଗଣେଷ ଦାଶ, ବାଣିଜ୍ୟ କର୍ମଚାରୀ ସଂଘ ନେତା ଦେବେନ୍ଦ୍ର ବେହେରା, ବି.ଡି.ଏ କର୍ମଚାରୀ ସଂଘ ନେତା ବଟକୃଷ୍ନ ବେଉରା, ଗୋବର୍ଦ୍ଧନ ପୃଷ୍ଟି ଗ୍ରୁପ୪ ସିକ୍ୟୁରିଟି ର୍କଚାରୀ ସଂଘ ନେତା ଦିବ୍ୟରଞ୍ଜନ ସେଠୀ, ସର୍ଭିସ୍ ଟ୍ୟକ୍ସ ନେତା ବାନାମ୍ବର ଲେଙ୍କା, ଓ ଟି.ଡି.ସି କର୍ମଚାରୀ ନେତା ଲକ୍ଷ୍ମୀଦର ବାରିକ ପ୍ରତ୍ନତତ୍ୱ ଶ୍ରମିକ ନେତା ଦିଲ୍ଲୀପ ପ୍ରଦାନ ପ୍ରମୁଖ ଉଦବୋଧନ ଦେଇ ୨୬ ନଭେମ୍ବର ୨୦୨୦ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଉକ୍ତ ଦିନ ଭୁବନେଶ୍ୱରରେ ଥିବା ସମସ୍ତ ଦୋକାନ ବଜାର ଯାତ୍ରୀ ଓ ପରିବହନ ଅଫିସ ଓ ଦପ୍ତର, ଶିଳ୍ପାଞ୍ଚଳ, ଅଟୋ, ଟ୍ୟାକ୍ସି, ଟ୍ରକ୍ ବନ୍ଧ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ଭୁବନେଶ୍ୱରରେ ବିଭିନ୍ନ ଜାଗାରେ ଶ୍ରମିକ ମାନେ ଆବଶ୍ୟକତା ଅନୁସାରେ ଜେଲଭରୋ ଆନ୍ଦୋଳନ କରିବା ପାଇଁ ପରାମର୍ଶ ନିଆଯାଇଛି ।

Leave A Reply

Your email address will not be published.