You are currently viewing ମାହାଙ୍ଗା ବିଜେପି କର୍ମୀଙ୍କ ହତ୍ୟା କାଣ୍ଡ ଘଟଣାରେ  ପ୍ରତିକ୍ରିୟା ରଖିଲେ ବିଜେପି ସାଧାରଣ ସମ୍ପାଦକ

ମାହାଙ୍ଗା ବିଜେପି କର୍ମୀଙ୍କ ହତ୍ୟା କାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ବିଜେପି ସାଧାରଣ ସମ୍ପାଦକ

କଟକ: ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପିର ଦୁଇ ସହଯୋଗୀଙ୍କ ହତ୍ୟା କାଣ୍ଡ ଘଟଣା | ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ | ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ଆମର ଦୁଇ ସହକର୍ମୀ ନେତା ଶ୍ରୀ କୁଳମଣି ବରାଳ ଏବଂ ଦିବ୍ୟସିହ୍ନା ବରାଳଙ୍କୁ ବିଜେଡି ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସମର୍ଥିତ ଗୁଣ୍ଡାମାନେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଆମେ ଏହାକୁ ସହ୍ୟ କରିବୁ ନାହିଁ | ପୂର୍ବରୁ କଂଗ୍ରେସ ଏହା କରୁଥିଲା ଏବଂ ବର୍ତ୍ତମାନ ବିଜେଡି କରୁଛି ଏହା ଅତ୍ୟନ୍ତ ଲଜ୍ଜାଜନକ | ଯଦି ଅପରାଧୀମାନେ 48 ଘଣ୍ଟା ମଧ୍ୟରେ ଗିରଫ ନ ହୁଅନ୍ତି, ତେବେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଆମେ ବିରୋଧ କରିବୁ । କୌଣସି ମନ୍ତ୍ରୀଙ୍କୁ ସାର୍ବଜନୀନ ଉତ୍ସବରେ ଯୋଗଦେବାକୁ ଦିଆଯିବନି ଟ୍ୱିଟ କରି କହିଲେ ପୃଥ୍ବୀରାଜ ହରିଚନ୍ଦନ |

ତେବେ କଟକ ଜିଲ୍ଲା ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟାର ପ୍ରତିବାଦ । ଅବିଭକ୍ତ କଟକ ଜିଲ୍ଲାର ଥାନା ଓ ବ୍ଲକ ଅଫିସ ଆଗରେ ବିକ୍ଷୋଭ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଛନ୍ତି ବିଜେପିର ବହୁ କର୍ମୀ |

ଅନ୍ୟମାନଙ୍କୁ ଜଣାନ୍ତୁ।