ପରୀକୁ ନ୍ୟାୟ ଦେବା ଦାବିକୁ ନେଇ ୫ ଦିନ ଧରି ପଦଯାତ୍ରା କରିବ ବିଜେପି

ଭୁବନେଶ୍ୱର: ପରି ଘଟଣା ଦିନକୁ ଦିନ ରହସ୍ୟମୟ ହେବାକୁ ଲାଗିଛି | ପ୍ରକୃତ ଦୋଷୀ କିଏ ତାହା ଏବେ ବି ସନ୍ଦେହ ଘେରରେ |ସେପଟେ ନାବାଳିକା ପରୀକୁ ନ୍ୟାୟ ଦେବା ଦାବିକୁ ନେଇ ୫ ଦିନ ଧରି ପଦଯାତ୍ରା କରିବ ବିଜେପି | ଭୁବନେଶ୍ୱରରୁ ନୟାଗଡ଼ ଯଦୁପୁରକୁ ଯିବ ପଦଯାତ୍ରା, ୨୦ ତାରିଖରୁ ୨୪ ତାରିଖ ଯାଏ ହେବ ପଦଯାତ୍ରା, ୨୦ରେ ଲିଙ୍ଗରାଜ ମନ୍ଦିରରୁ ଯାଆଁଳା, ୨୧ରେ ଯାଆଁଳାରୁ ସାରୁଅ ଯିବ | ୨୨ରେ ସାରୁଅରୁ ପିଚୁକୁଳି, ୨୩ରେ ପିଚୁକୁଳିରୁ ଇଟାମାଟି ଯିବ ପଦଯାତ୍ରା, ୨୪ରେ ଯଦୁପୁର ଯିବ ପଦଯାତ୍ରା, ଯଦୁପୁରରେ ସଭା କରିବ ବିଜେପି, ସୂଚନା ଦେଲେ ବିଜେପି ମୁଖପାତ୍ର ଯତୀନ ମହାନ୍ତି |

Leave A Reply

Your email address will not be published.