ଚାନ୍ଦବାଲି (୬.୧୦.୨୨) : ମଝି ସମୁଦ୍ରରେ ମାଛଧରା ବୋଟରେ ନିଆଁ । ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ । ଏପରି ଘଟଣା ଦେଖିବାକୁ ମିଳିଛି ଅବଦୁଲ କଲାମ ହୁଇଲର ଦୀପ ନିକଟରେ । ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ମତ୍ସ୍ୟଜୀବୀମାନେ ଅବଦୁଲ୍ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିଲେ। ଠିକ୍ ସେହି ସମୟରେ ହଠାତ୍ ମାଛଧରା ବୋଟ୍ରେ ନିଆଁ ଲାଗି ଯାଇଥିଲା। ମତ୍ସ୍ୟଜୀବୀମାନେ ଏନେଇ କୋଷ୍ଟଗାର୍ଡକୁ ଖବର ଦେଇଥିଲେ। କୋଷ୍ଟଗାର୍ଡ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ଯାହାଫଳରେ ୧୦ ମତ୍ସ୍ୟଜୀବୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ବୋଟରେ କିପରି ନିଆଁ ଲାଗିଲା ଜଣାପଡ଼ିନଥିବା ବେଳେ ଇଞ୍ଜିନରୁ ନିଆଁ ଲାଗିଥିବା କୁହାଯାଉଛି। ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମଝି ସମୁଦ୍ରରେ ମାଛ ଧରା ଡଙ୍ଗାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ