ଭଦ୍ରକ, ଏକ ପୋଲିସ ଗାଡ଼ିକୁ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଜନତା । ଘଟଣାଟି ହେଉଛି ଭଦ୍ରକ ଜିଲ୍ଲା ଆଲିନଗର ଛକର । ପୋଲିସ ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଏଭଳି କାଣ୍ଡ ଘଟାଇଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନାଥାଉକି, ପୂର୍ବ ମାମଲାକୁ ଭିତ୍ତି କରି ଜଣେ ଯୁବକଙ୍କୁ ଗିରଫ କରିବାକୁ ଆସିଥିଲା ପୋଲିସ । ଯୁବକ ଜଣଙ୍କ ପୋଲିସ ଠାରୁ ବଞ୍ଚିବା ପାଇଁ ଦଉଡ଼ିବା ଆରମ୍ଭ କରିଥିଲେ । ଫଳରେ ଗାଁ ନିକଟରେ ଥିବା ଏକ ପୋଖରୀରେ ପଡ଼ି ଯାଇଥିଲେ । ପୋଲିସ ସେହି ସମୟରେ ଯୁବକଙ୍କୁ ପାଣିରୁ ଉଦ୍ଧାର କରିବା ପରିବର୍ତ୍ତେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ପରେ ମୃତକଙ୍କ ପରିବାର ଲୋକ ଖବରପାଇ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ପୁଅର ଖୋଜାଖୋଜି କରିଥିଲେ । କିନ୍ତୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ପୋଖରୀ ଭିତରୁ । ଏହି ଘଟଣାରେ ସ୍ଥାନୀୟ ବସିନ୍ଦା କ୍ଷୋଭ ପ୍ରକାଶ କରି ପୋଲିସ ଭ୍ୟାନ ଜାଳିବା ସହ, ପୋଲିସଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST