You are currently viewing ପିକ୍‌ନିକ୍ କରିବାକୁ ଯାଇ ବୁଡ଼ିଯାଇଥିବା ଛାତ୍ରଙ୍କ ମିଳିଲା ମୃତ ଶରୀର

ପିକ୍‌ନିକ୍ କରିବାକୁ ଯାଇ ବୁଡ଼ିଯାଇଥିବା ଛାତ୍ରଙ୍କ ମିଳିଲା ମୃତ ଶରୀର

  • Post category:ଓଡିଶା
  • Reading time:1 mins read

ରାଉରକେଲା, ପିକ୍‌ନିକ୍ କରିବାକୁ ଯାଇ ରାଉରକେଲା କୋଏଲ ନଦୀରେ ବୁଡ଼ି ଯାଇଥିଲେ ୩ ଛାତ୍ର । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ ଶରୀର ଗତକାଲି ମିଳି ଯାଇଥିବାବେଳ, ଆଜି ଆଉ ଜଣଙ୍କର ମୃତ ଶରୀର ମିଳିଛି । ସୂଚନାଯୋଗ୍ୟ ଯେ, ରବିବାର ଦିନ କିଛି ଯୁବକ ପିକ୍‌ନିକ୍ କରିବାକୁ ଯାଇ କୋଏଲ ନଦୀରେ ଗାଧୋଉଥିବା ସମୟରେ ସେମାନଙ୍କ ମଧ୍ୟରୁ ତିନି ଜଣ ଭାସି ଯାଇଥିଲେ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହୟତାରେ ଦୁଇ ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା । ଆଉ ଜଣେ ଛାତ୍ର ନିଖୋଜ ଥିଲେ । ଆଜି ସେହି ଛାତ୍ରଙ୍କର ମୃତ ଶରୀର ଉଦ୍ଧାର କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।