You are currently viewing ବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନ

ବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୧.୪.୨୩) : ୬ ତାରିଖ ଯାଏଁ ଚାଲିବାକୁ ଥିବା ବିଧାନସଭା ଅଧିବେସନକୁ ଅନିର୍ଦ୍ଦିଷ୍ଟକାଳୀନ ଯାଏଁ ମୁଲତବୀ ଘୋଷଣା କରଛନ୍ତି ବାଚସ୍ପତି । ଦୁଇଟି ପର୍ଯ୍ୟାୟରେ ଅଧିବେସନ ଚାଲିଥିଲା । ସରକାର ଗୃହରେ ଉପସ୍ଥାପିତ କରଥିବା ୩ଟି ବିଲକୁ ପ୍ରତ୍ୟାହାର କରିନେଇଛନ୍ତି । ଏଥିମଧ୍ୟରେ ରହିଛି ଓଡିଶା ଆପାର୍ଟମେଣ୍ଟ ବିଲ୍ । ଏହି ବିଲ୍ ଏଥର ବିଧାନସଭାରେ ପାରିତ ହେବାର ଥିଲା । ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲକୁ ଆଗତ କରିଥିଲେ ନଗର ଉନ୍ନୟନମନ୍ତ୍ରୀ ଉଷା ଦେବୀ । ଏହି ବିଲ୍ ପାସ ହେଲେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିବ ବୋଲି କୁହାଯାଉଥିଲା । ମାମଲା ହାଇକୋର୍ଟ ଯିବା ପରେ ଗତବର୍ଷଠାରୁ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବନ୍ଦ ଥିଲା । କିନ୍ତୁ ବିଲକୁ ପ୍ରତ୍ୟାହାର କରିନେଇଛନ୍ତି ସରକାର । ଏ ନେଇ ଗୃହରେ ଆଲୋଚନା ହୋଇପାରିନାହିଁ । ବିମଳେନ୍ଦୁ ପ୍ରଧାନ ନାମକ ଭୁବନେଶ୍ୱରର ଜଣେ ଆପାର୍ଟମେଣ୍ଟ ମାଲିକ, ୨୦୨୧ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆମେଣ୍ଡମେଣ୍ଟ ରୁଲ୍ସକୁ ଚ୍ୟାଲେଞ୍ଜ କରିିଥିଲେ ।

ଏହା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭେଲୋପମେଣ୍ଟ ଆକ୍ଟ-୨୦୧୬ ବା ରେରାର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଣ୍ଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଞ୍ଜିକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ବିଧାନସଭା ଅଧିବେଶନରେ ରେରା-କମ୍ପ୍ଲିଆଣ୍ଟ ଆପାର୍ଟମେଣ୍ଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।