You are currently viewing ଚର୍ଚ୍ଚ ଖୋଲିବାକୁ ମିଳିଲା ଅନୁମତି,ଜିରୋ ନାଇଟ୍‌ ସେଲିବ୍ରେସନକୁ ନା

ଚର୍ଚ୍ଚ ଖୋଲିବାକୁ ମିଳିଲା ଅନୁମତି,ଜିରୋ ନାଇଟ୍‌ ସେଲିବ୍ରେସନକୁ ନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଡିସେମ୍ବର ୨୫ ବା ବଡ଼ଦିନରେ ଚର୍ଚ୍ଚ ଖୋଲିବାକୁ ଅନୁମତି ମିଳିଛି । ସହରରେ ଥିବା ସମସ୍ତ ଚର୍ଚ୍ଚ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି। ହେଲେ ଡିସେମ୍ବର ୩୧ ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ଅନୁମତି ମିଳି ନାହିଁ । ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।
ତେବେ ଡିସେମ୍ବର ୨୫ ବା ବଡ଼ଦିନରେ ଚର୍ଚ୍ଚ ଖୋଲିବାକୁ ଅନୁମତି ମିଳିଛି କିନ୍ତୁ ଏଥିପାଇଁ ବିଏମ୍‌ସି କିଛି କଟକଣା ଜାରି କରିଛି | ଚର୍ଚ୍ଚରେ ସୀମିତ ସଂଖ୍ୟକ ଲୋକଙ୍କୁ ଏକାଠି କରି ଖୋଲାଯିବ। ଚର୍ଚ୍ଚ ଖୋଲିବା ପୂର୍ବରୁ ବିଏମ୍‌ସିଠାରୁ ଆବଶ୍ୟକ ଅନୁମତି ନେବାକୁ ହେବ। ଚର୍ଚ୍ଚରେ ସାମାଜିକ ଦୂରତା ରକ୍ଷା କରି ଗୋଟିଏ ଥରରେ କେତେ ଲୋକ ଏକାଠି ହୋଇପାରିବେ ଚର୍ଚ୍ଚ ପରିଚାଳନା କମିଟି ତାହାର ତାଲିକା ଦେବେ। ପର୍ଯ୍ୟାୟକ୍ରମେ ଚର୍ଚ୍ଚ ଭିତରକୁ ଲୋକଙ୍କୁ ଛଡ଼ାଯିବ। ଏହି ସର୍ତ୍ତକୁ ପୂରଣ କରିବା ପରେ ଯାଇ ଚର୍ଚ୍ଚ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବିଏମ୍‌ସି କମିଶନର ଶ୍ରୀଚୌଧୁରୀ କହିଛନ୍ତି। କିନ୍ତୁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଳନ ପାଇଁ ଅନୁମତି ଦିଆଯିବନି ବୋଲି ବିଏମ୍‌ସି କମିଶନର ସ୍ପଷ୍ଟ କରିଛନ୍ତି। ବିରାଟ ସମାବେଶକୁ କୋଭିଡ୍‌ ଗାଇଡଲାଇନ୍‌ରେ ନିଷିଦ୍ଧ କରାଯାଇଛି। କେବଳ ବିବାହ ଓ ଅନ୍ୟ କିଛି ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଏଥିପାଇଁ ଜିରୋନାଇଟ୍‌ ସେଲିବ୍ରେସନ୍‌ ଉପରେ କଟକଣା ରହିବ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।