ଭୁବନେଶ୍ୱର, ଶ୍ରୀ ମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତିି କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ।
ବିଜେଡି ଓ ବିଜେପି ସାଂସଦମାନେ ମିଳିତ ଭାବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିଥିଲେ । ମନ୍ତ୍ରୀଙ୍କୁ ଭେଟି ଏହି ବିବାଦୀୟ ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଉଭୟ ଦଳର ସାଂସଦ । ଏବେ ସାଂସଦଙ୍କ ଦାବି ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହି ଆଇନ ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଛନ୍ତି । ଏହି ବିବାଦୀୟ ଆଇନ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଜଗନ୍ନାଥଙ୍କ କାମରେ କୌଣସି ଶକ୍ତି ବାଧା ଉପୁଜାଇପାରିବେ ନାହିଁ ।