ଏଏନଏସ : ମାହାଙ୍ଗା ଡବଲ ମର୍ଡର ମାମଲାରେ ଶୁଣାଣି । ଏହି ଘଟଣାରେ ସାଲେପୁର ଅତିରିକ୍ତ ଦୌରାଜଜ୍ ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।
ସୂଚନା ମୁତାବକ ୨୦୨୧ ରେ ଏହି ଡବଲ ମର୍ଡର ହୋଇଥିଲା । ଅତି ନିର୍ମମ ଭାବେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ବିଜେଡି ନେତା ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ ।