ମାଛ ଧରାଳି ହେଲେ ଲକ୍ଷପତି

ଜଳେଶ୍ୱର(9.10.22): ରାତାରାତି ମାଛ ଧରାଳି ହେଲେ ଲକ୍ଷପତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ମୋହନାର କିଛି ମାଛ ଧରାଳିଙ୍କୁ ଏଭଳି ସଫଳତା ମିଳିଛି। ଏହି ମାଛ ଧରାଳିଙ୍କ ଜାଲରେ କିଛି ଦୁର୍ଲଭ ମାଛ ପଡ଼ିବା ପରେ ସେମାନେ ଏହାକୁ ମୋହନା ମାଛ ମାର୍କେଟରେ ବିକି ପ୍ରାୟ ୩୫ ଲକ୍ଷ ଟଙ୍କା ପାଇଛନ୍ତି। ସୂଚନା ମୁତାବକ, ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୁଦ୍ରମୁହାଣକୁ ଗତକାଲି କିଛି ମାଛ ଧରାଳି ମାଛ ମାରିବାକୁ ଯାଇଥିଲେ। ଆଜି ସେମାନେ ପ୍ରାୟ ୨୮ଟି ବଡ଼ ତେଲିଆ ଭୋଳା ମାଛ ଧରି ଫେରିଥିଲେ। ଏହି ମାଛକୁ ନେଇ ମୋହନା ମାଛ ମାର୍କେଟରେ ବିକ୍ରି କରିଥିଲେ। ମାଛଗୁଡ଼ିକ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି ହୋଇଥିଲା। କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛ ଗୁଡ଼ିକୁ କିଣି ଥିଲା।

Leave A Reply

Your email address will not be published.