You are currently viewing ଚାରମାଳରେ ବଡଠାକୁର ପଡିଯିବା ପ୍ରସଙ୍ଗ : ମୁହଁ ଖୋଲିଲେ ଗଜପତି ମହାରାଜ

ଚାରମାଳରେ ବଡଠାକୁର ପଡିଯିବା ପ୍ରସଙ୍ଗ : ମୁହଁ ଖୋଲିଲେ ଗଜପତି ମହାରାଜ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଚାରମାଳରେ ବଡ ଠାକୁର ପଡିଯିବା ଘଟଣାରେ ଗଜପତି ମହାରାଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଗଜପତି ମହାରାଜ କହିଛନ୍ତି, ଏହି ଘଟଣା ସମସ୍ତଙ୍କୁ ଦୁଃଖିତ ଓ ମର୍ମାହତ କରିଛି । କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବାକୁ ସେବାୟତ ଯତ୍ନ ନେବେ। ଏଭଳି ଦୃଶ୍ୟ କେବେ ଦେଖିନଥିଲୁ । କାହିଁକି ହେଲା ଓ କେମିତି ଏ ଅଘଟଣ ହେଲା ପ୍ରଶାସନ ତାହାର ଯାଞ୍ଚ କରିବ । ୩ ଜଣିଆ କମିଟି ଗଠନ ହେବ । ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବ । କମିଟିରେ ଉନ୍ନୟନ ପ୍ରଶାସକ , ଏ ଡି ଏମ ,ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ । ନୀଳାଦ୍ରି ବିଜେର ୧୦ ଦିନ ଭିତରେ କମିଟି ରିପୋର୍ଟ ଦେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।