ଏଏନଏସ : ଘର ହିଡ଼ ନଥିବା ପରିବାରକୁ ମିଳିବ ପଟ୍ଟା। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପଟ୍ଟା ମିଳିବା ନେଇ ରାଜସ୍ବ ମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି। ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସୂଚନା ମୁତାବକ ରାଜ୍ୟରେ ଯେଉଁମାନଙ୍କର ନିଜର ଘରବାଡି କି ଡିହ ନାହିଁ > ସେମାନଙ୍କୁ ସରକାରଙ୍କ ତରଫରୁ ଡିସେମ୍ବର ମାସ ସୁଦ୍ଧା ପଟ୍ଟା ପ୍ରଦାନ କରାଯିବ । ଏନେଇ ମନ୍ତ୍ରୀ କହିଛନ୍ତି, ୨୦୧୮ରେ ହୋଇଥିବା ସର୍ଭେରେ ଯେଉଁମାନେ ଘରପଟ୍ଟା ପାଇନାହାନ୍ତି, ଏବେ ବି ଘରଡିହ ଶୂନ୍ୟ ଅଛନ୍ତି, ସେମାନଙ୍କୁ ଯଥାଶୀଘ୍ର ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଦଖଲରେ ଥିବା ସରକାରୀ ଜମିକୁ ସେମାନଙ୍କ ନାଁରେ ରେକର୍ଡ କରିବାକୁ ପଦକ୍ଷେପ ନିଆଯିବ ।