କରୋନା ଯୋଗୁ ସ୍ଥାନାନ୍ତର ହେବ ହାଟ

ଭୁବନେଶ୍ୱର-୨୨.୦୪.୨୦୨୧, କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଭୁବନେଶ୍ୱରରେ ପ୍ରମୁଖ ହାଟ ସ୍ଥାନାନ୍ତର ନିଷ୍ପତ୍ତି ନେଇଛି ବିଏମସି । ସୋମବାରଠାରୁ ହାଟ ସ୍ଥାନାନ୍ତର ହେବ । ଭୁବନେଶ୍ୱର ୟୁନିଟ-୧ ହାଟକୁ ୟୁନିଟ-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର ହେବ । ସେହିପରି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଲଣ ପଡିଆକୁ, ଲିଙ୍ଗରାଜ ହାଟ ବିଏମସି ମାର୍କେଟ କମ୍ପେ୍ଲକ୍ସକୁ ଉଠିଯିବ । ଆଜିଠାରୁ ୟୁନିଟ-୪ଠାରେ ଥିବା ହାଟ ଶାସ୍ତ୍ରୀ ନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠିଲା ।

Leave A Reply

Your email address will not be published.